ନବରଙ୍ଗପୁର ବ୍ୟାପିଲା ଝାଡାବାନ୍ତି : ଜଣଙ୍କର ମୃତ୍ୟୁ, ୧୩ରୁ ଅଧିକ ଆକ୍ରାନ୍ତ ନବରଙ୍ଗପୁର , ଅଗଷ୍ଟ 4(ଖବର ଓଡ଼ିଶା): Share story: ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣରୁ ଅଧିକ ଆକ୍ରାନ୍ତ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଇଦଲପୁର ପଞ୍ଚାୟତର ତୁଳସୀପଦର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ମୃତକ ଜଣଙ୍କ ହେଲେ ୬୦ ବର୍ଷ ବୟସ୍କା ବୃଦ୍ଧା ରହି ସାନ୍ତା । ଗାଁରେ ପହଞ୍ଚି ସ୍ବାସ୍ଥ୍ୟ ବିଭାଗର ଟିମ୍ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜୁଛି । ତୁଳସୀପଦର ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି ମେଡ଼ିକାଲ ଟିମ୍ । ଝାଡାବାନ୍ତି ଆତଙ୍କ ଦେଖାଦେଇଥିବା ବେଳେ ଲୋକମାନେ ଆତଙ୍କ ଭିତରେ ରହିଛନ୍ତି । ଖବର ଓଡ଼ିଶା, Reporter, 04/08/2022