ଥମୁନି ଜନନୀ ଯନ୍ତ୍ରଣା । ସଠିକ ସମୟରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ, । ଚାଲିଯାଉଛି କେତେ ଜୀବନ । ଦିନକୁ ଦିନ ବଢ଼ିବାରେ ଲାଗିଛି ଜନନୀ ଯନ୍ତ୍ରଣା । ପଦାରେ ପଡିଲା ରାଜ୍ୟ ସରକାରଙ୍କ ମାକୁ ସମ୍ମାନର ନାରା । ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଲା । ଗାଁ କୁ ପଂହଁଚି ପାରିଲାନି ଆମ୍ବୁଲାନ୍ସ ।
ବାଟରେ ପ୍ରସବ କଲେ ମହିଳା। ୩ ଆମ୍ବୁଲାନ୍ସ କର୍ମଚାରୀ ମେଟ-ଦୁର୍ଗା ପ୍ରସାଦ ଜେନା, ଡ୍ରାଇଭର-ହିମିରିକା ରବି ଓ ହେଲ୍ପର ସୀମାଞ୍ଚଳ ସାହୁକାର ଦୀର୍ଘ ତିନି କିଲୋମିଟର ବୋହି ବୋହି ଆଣିଲେ ପ୍ରସୂତି ମହିଳାଙ୍କୁ। ସୂଚନା ଅନୁଯାୟୀ କଲ୍ୟାଣ ସିଙ୍ଗିପୁରୁ ବ୍ଲକ ପlର୍ସlଲି ପଞ୍ଚlୟତର ଫlକେରି ଗ୍ରାମର ହୁଣ୍ଡାଇ ସିକକାଙ୍କ ଗର୍ଭ ଯନ୍ତ୍ରଣା ପରେ ପରିବାର ଲୋକେ ଆମ୍ବୁଲାନ୍ସ ଫୋନ କରିଥିଲେ ।
ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପଂହଁଚି ପାରି ନଥିଲା ଗାଁ କୁ। ବାଟରେ ହିଁ ପ୍ରସବ କରିଥିଲେ ମହିଳା । ପରେ ଆମ୍ବୁଲାନ୍ସ ରେ ନେଇ ତାଙ୍କୁ କଲ୍ୟାଣସିଙ୍ଗପୁରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ମା ଅବସ୍ଥା ଠିକ ଥିବା ସମୟରେ ନବଜାତ ଶିଶୁ କନ୍ୟାର ଅବସ୍ଥା ଗୁରୁତର ହୋଇ ପଡିଛି । ତେବେ ଏହା ପ୍ରଥମ ଘଟଣା ନୁହଁ, ଏହା ପୂର୍ବରୁ ଏମିତି ଅନେକ ଘଟଣା ଆମ ସାମ୍ନାକୁ ଆସିଛି । ଯେଉଁଥିରେ ଜନନୀ ଯନ୍ତ୍ରଣାର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ହେଲେ ଏପର୍ଯ୍ୟନ୍ତ ପାଟି ଖୋଲିନି ରାଜ୍ୟ ସରକାର ।