ମୟୁରଭଞ୍ଜ: ମୟୁରଭଞ୍ଜ ମହୋତ୍ସବର ପ୍ରଥମ ଦିନରେ କାର୍ଣ୍ଣିଭାଲ ସୋ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିଲା ଦାଣ୍ଡ। ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋତ୍ସବ । ଚଳିତ ବର୍ଷ ମୟୁରଭଞ୍ଜ ମହୋତ୍ସବ ସପ୍ତମ ବର୍ଷରେ ପଦାର୍ପଣ କରିଛି। ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିଛି ସାରା ସହର। କାର୍ଣ୍ଣିଭାଲ ସୋ କୁ କମିଟି ଅଧ୍ୟକ୍ଷ ଅସିତ୍ ବରଣ ପତି , ଙ୍କ ସମେତ ବହୁ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ କାର୍ଣ୍ଣିଭାଲସୋ ଆୟୋଜିତ ହୋଇଛି। ଏହି ସାଂସ୍କୃତିକ ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ଯାଜପୁର ର ଅଘୋରୀ ନୃତ୍ୟ ସାଙ୍ଗକୁ ଶିବ ବିବାହ। ଯାହାକୁ ନେଇ ବଡ଼ଦାଣ୍ଡରେ ଉପସ୍ଥିତ ଜିଲ୍ଲାସାରାର ଜନ ସାଧାରଣ ଉପସ୍ଥିତ ରହି ବେଶ ଉପୋଭୋଗ କରିଛନ୍ତି।ନୃତ୍ୟ ଗୀତରେ ଝୁମିଥିଲେ ସମଗ୍ର ଜିଲ୍ଲାବାସୀ। ସହରର ବିଭିନ୍ନ ଛକରେ ଶହ ଶହ ଜନ ସାଧାରଣ ଏହି ଶୋଭାଯାତ୍ରା ର ଝଲକ ଦେଖିବା ପାଇଁ ଭିଡ ଜମାଇଥିଲେ । ଅବଲୁପ୍ତ ମୟୁରଭଞ୍ଜ ଜିଲ୍ଲାର କଳା ସଂସ୍କୃତି, ଲୋକନୃତ୍ୟ ଆଦିକୁ ଯୁବପିଢ଼ି ତଥା ଅନ୍ୟାନ୍ୟ ସମସ୍ତଙ୍କୁ ଜଣାଇବା ପାଇଁ କାରନିଭାଲ ସୋ ଏକ ଭିନ୍ନ ପ୍ରୟାସ ଅଟେ।