ପୁଣି ଜିଉଙ୍କ ସ୍ନାନ ବେଳେ ଅଘଟଣ : ସ୍ନାନ ମଣ୍ଡପରେ ରକ୍ତଛିଟା,ମହାପ୍ରଭୁଙ୍କ ହେବ ମହାସ୍ନାନ ଖବର ଓଡିଶା : 04/06/2023: Share story: ଶ୍ରୀ ଜିଉଙ୍କ ଦେବସ୍ନାନ ବେଳେ ବଡ଼ ଅଘଟଣ । ସ୍ନାନ ମଣ୍ଡପ ଚକଡାରେ ରକ୍ତ ଛିଟା ଦେଖିବାକୁ ମିଳିଛି । ଏହାପରେ ତୁରନ୍ତ ପାଳିଆ ସେବକଙ୍କୁ ସୂଚନା ଦିଆଯାଇଥିଲା । ଆଉ ଏଥିପାଇଁ ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ହେବ । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା ସୂଚନା ମିଳିଛି । ମହାପ୍ରଭୁ ଯାତ୍ରାରେ ବାହାରିଥିବାରୁ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ । ଏହି ମହାସ୍ନାନ ପରେ ସର୍ବାଙ୍ଗ ହେବ ଏବଂ ତା’ପରେ ହେବ ବେଶ ନୀତି । ଆଉ ତା’ପରେ ଛେରାପହଁରା ନୀତି କରାଯିବ । ଏଥିପାଇଁ ପ୍ରାୟ ଏକଘଣ୍ଟା ନୀତିରେ ବିଳମ୍ବ ଘଟିବ । Mahasnana Puri Odisha KhabarOdisha ଖବର ଓଡ଼ିଶା, Reporter, 04/06/2023