ଜଗତସିଂହପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷୟ କ୍ଷତି ହୋଇଥିବା ଚାଷୀଙ୍କୁ ଭେଟି ସ୍ଥିତି ସମୀକ୍ଷା କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ।। ସରକାରୀ ବାବୁ ମାନେ ଅଫିସ୍ ରେ ନ ବସି ଚାଷ ଜମିକୁ ଆସି ଚାଷୀଙ୍କ ପ୍ରକୃତ କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ । ଏଥିସହ ମନମୁଖୀ ଭାବେ ରିପୋର୍ଟ ଦେଉଥିବା କୃଷି ଅଧିକାରୀଙ୍କ ଉପରେ ସେ ବର୍ଷିଛନ୍ତି । ଅଦିନିଆ ଲଘୁଚାପ ଜନ୍ଖଚ୍ଛ ଲଗାଣ ବର୍ଷାରେ କେବଳ ଧାନ ନୁହେଁ ପରିବା ଚାଷୀଙ୍କ ଅବସ୍ଥା ମଧ୍ୟ ବେହାଲ ହୋଇଛି, ସେଥିପ୍ରତି କୃଷି ବିଭାଗ ଅଧିକାରୀ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ।
ଲଗାଣ ବର୍ଷା ଫଳରେ ଧାନ କଚଡା ବିଲରେ ପଡ଼ି ଗଜା ହେଇଥିବାର ଦୃଶ୍ୟ ଦେଖି ବିଧାୟକ ଚାଷୀ ମାନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ଧର୍ୟ୍ୟ ରଖିବାକୁ କହିଛନ୍ତି । ଜଗତସିଂହପୁର ଜିଲ୍ଲାରେ ଥିବା ଭାଗ ଚାଷୀ କିପରି ସହାୟତା ପାଇବେ ସେଥିପ୍ରତି ସରକାରଙ୍କୁ ଅବଗତ କରାଇବା ସହ ବିଧାନସଭାରେ ଭାଗ ଚାଷୀଙ୍କ ପ୍ରସଙ୍ଗ ଉଠାଇବେ ବୋଲି ସେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନର ବିଜେପି ସରକାର ଏଥିପ୍ରତି ତତ୍ପର ରହିଛି, ତେଣୁ ସରକାରୀ ସ୍ତରରେ ସମସ୍ତ ପ୍ରକାରର ସାହାର୍ଯ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ।