ଭୁବନେଶ୍ୱର : ଅବପାତ ରୂପ ନେଲା ଲଘୁଚାପ । ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେଲା ଅବପାତ , ବାରିପଦା ଠାରୁ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ଏହା ଆଗାମୀ ୨୪ଘଣ୍ଟା ଯାଏଁ ଉତ୍ତରପଶ୍ଚିମ ଦିଗରେ କରିବା ସହ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବା ସମ୍ଭାବନା। । ଏହା ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା।
ବର୍ଷା ପାଇଁ ଜାରିହେଲା ରେଡ ଆର୍ଲଟ । ୨ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ବର୍ଷାର ଅଧିକ ପ୍ରଭାବ ରହିଵ। ଆସନ୍ତା ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୨ ଜିଲ୍ଲା ବାଲେଶ୍ବର ଓ ଭଦ୍ରକକୁ ରେଡ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ୧୬ ତାରିଖ ଯାଏ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ୧୧ ଜିଲ୍ଲାରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସମ୍ଭାବନା ପାଇଁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି।
ଓଡ଼ିଶା ଉପକୂଳ ଓ ଆଖପାଖ ସମୁଦ୍ର ଅଂଚଳରେ ୧୪ ତାରିଖ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ମଝିରେ ମଝିରେ ପନବର ବେଗ ୬୦ କିଲୋମିଟର ଛୁଇଁବା ସହ ଝଡ଼ପବନର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସମସ୍ତ ବନ୍ଦର ଗୁଡିକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।