କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଡିଯିବା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ ହୋଇଛି । ଏନେଇ କେନ୍ଦ୍ରାପଡା ଏସପି ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏସପି କହିଛନ୍ତି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।
ଏସପିଙ୍କ କହିବା ମୁତାବିକ, ଘଟଣାଦିନ ସାଢ଼େ ୮ ପର୍ଯ୍ୟନ୍ତ ଛାତ୍ରୀ ଜଣକ ଫୋନ୍ରେ କଥା ହୋଇଥିଲେ । ସାଢ଼େ ୮ରୁ ୧୧ଟା ଭିତରେ ସେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି । ଶରୀରର ୯୫% ପୋଡିହୋଇଥିବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ସିସିଟିଭିରୁ ସ୍ପଷ୍ଟ ହୋଇଛି ଯେ, ଘଟଣା ପୂର୍ବରୁ ବାପା ମାଆ ଘରୁ ବାହାରକୁ ଯାଇଥିଲେ । ସକାଳ ୭.୪୦ ରୁ ସାଢେ ଏଗାର ପର୍ଯ୍ୟନ୍ତ କାମରେ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି, ତେଣୁ ଅନର କିଲିଂ ବୋଲି କୌଣସି ପ୍ରମାଣ ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେବଳ ଜଣେ ଅଭିଯୁକ୍ତ ସେ ହେଉଛନ୍ତି ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରା । ତାଙ୍କୁ ଗିରଫ କରି ପୁର୍ବରୁ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବା ନେଇ କେନ୍ଦ୍ରାପଡା ଏସପି ସୂଚନା ଦେଇଛନ୍ତିି ।