ଭାଇରାଲ ଭିଡିଓ କୁ ନେଇ ଚର୍ଚ୍ଚା ବେକରେ ଦଉଡ଼ି ଲଗାଇ ଦଣ୍ଡବିଧାନ l ଦୁଇ ଜଣଙ୍କ ବେକ ରେ ଲାଗିଛି ଦଉଡ଼ି । ମଝିରେ ପଡ଼ିଛି ଚୌକି ଆଉ ଚୌକି ଉପରେ ଥୁଆ ହୋଇଛି ଏକ ଫଟୋଚିତ୍ର । ଫଟୋଚିତ୍ର ପାଖରେ ଜାଗର ରହିଥିବା ବେଳେ ଚାରିଆଡ଼େ ବହୁ ସଂଖ୍ୟାରେ ଲୋକ ବସିଛନ୍ତି । ଚୌକି ଚାରିପଟେ ଦଉଡ଼ି ଲଗାଇ ବୁଲୁଛନ୍ତି ଦୁଇଜଣ ବ୍ୟକ୍ତି ।
ତେବେ କାହିଁକି ଏହିଭଳି ଭାବେ ଦୁଇ ଜଣ ବ୍ୟକ୍ତି ଲୋକଙ୍କ ସାମ୍ନାରେ ଚୌକି ଚାରିପଟେ ବେକ ରେ ଦଉଡ଼ି ଲଗାଇ ବୁଲୁଛନ୍ତି । ବୁଝାବୁଝି କରିବା ପରେ ଜଣାପଡିଥିଲା ଯେ ଦଉଡ଼ି ଲଗାଇ ବୁଲୁଥିବା ଦୁଇ ବ୍ୟକ୍ତି କୁଆଡେ ଗୋ ମାଂସ ଖାଇଥିଲେ । ଯାହାକୁ ତାଙ୍କ ସମାଜ ଧରି ଥିବା ବେଳେ ସୁଦ୍ଧିକରଣ ପାଇଁ ଉଭୟଙ୍କୁ ସମାଜ କର୍ମକର୍ତ୍ତା ଆଗରେ ଦଣ୍ଡ ବିଧାନ କରାଯାଇଥିଲା । ପରେ ଜାତି ସମାଜର ଜଣେ ବରିଷ୍ଠ କର୍ମକର୍ତ୍ତା ତାଙ୍କୁ ପାଣି ସିଞ୍ଚନ କରି ଶୁଦ୍ଧ କରିଛନ୍ତି ବୋଲି ଜଣାପଡିଛି ।
ତେବେ ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭିଡିଓ କେବେ କରାଯାଇଥିଲା । କେଉଁ ସ୍ଥାନରେ କରାଯାଇଛି । ପୀଡିତ ବ୍ୟକ୍ତି ମାନେ କିଏ ତାହା ଜଣାପଡ଼ିନାହିଁ । କିନ୍ତୁ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଜିଲ୍ଲାର ଜନୈକ ରାଜନେତା ରହିଛନ୍ତି ଫଳରେ ଉକ୍ତ ଭିଡିଓ ଟି ବଲାଙ୍ଗିର ଜିଲ୍ଲାର ବୋଲି ଅନୁମାନ କରାଯାଉଛି ।