ଓଡ଼ିଶାର ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ ଭୁବନେଶ୍ଵର , ଜୁନ୍ 24 (ଖବର ଓଡ଼ିଶା): Share story: ଓଡ଼ିଶାର ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡାଙ୍କ ମୃତ୍ୟୁ । ଘରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ ପରିଡା । ହେଲେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ଆପଣାଇଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । ନବେ ଦଶକର ସେ ଥିଲେ ଜଣେ ଜବରଦସ୍ତ କଳାକାର । ଆଜି ବି ପ୍ରତିଟି ଓଡ଼ିଆ ଦର୍ଶକ ତାଙ୍କୁ ମନେ ରଖିଛନ୍ତି । ଯେତେବେଳେ ବି ସିନେମାରେ ଖଳନାୟକ କଥା ଆସେ ସେତେବେଳେ ଲୋକ ମାନଙ୍କ ମନକୁ ପ୍ରଥମେ ରାଇମୋହନ ପରିଡାଙ୍କ ନାଁ ଆସେ। ତାଙ୍କ ଅଭିନୟ ଜୀବନ ବିଷୟରେ ତ ସମସ୍ତେ ବେଶ୍ ଭଲ ଭାବରେ ଜାଣନ୍ତି । ରାଇମୋହନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ରେ ପଢୁଥିଲେ । ବର୍ତ୍ତମାନ ଦୁହିଁଙ୍କର ଶେଫାଳୀ ଓ ଉଦିତା ନାମରେ ଦୁଇ ଝିଅ ଅଛନ୍ତି। ରାଇମୋହନ ନିଜ ପତ୍ନୀ ଙ୍କୁ ଖୁବ୍ ଭଲ ପାଆନ୍ତି। ଏମିତିକି ସେ ନିଜ ଘରର ନାଁ ନିଜ ସ୍ତ୍ରୀ ଙ୍କ ଇଚ୍ଛା ଅନୁସାରେ ରଖିଛନ୍ତି ‘ ଉଦୟପୁର ‘। ହେଲେ କଣ ପାଇଁ ଏପରି ନି୍େପତ୍ତି ନେଲେ ତାହା ଜଣାପଡ଼ି ନାହିଁ । ଖବର ଓଡ଼ିଶା, Reporter, 24/06/2022