ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ । ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଯଦିଓ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇନାହିଁ ହେଲେ ଶପଥ ସମାରୋହ ପାଇଁ ବହୁ ଆଡମ୍ବରସହ ହେବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଏପରିକି ଭୁବନେଶ୍ୱର ଜନତା ମୈଦାନକୁ ସୁସଜ୍ଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତେବେ ଓଡ଼ିଶାରେ ମହାପ୍ରଭୁଙ୍କ ବିନା କୌଣସି କାର୍ଯ୍ୟର ଶୁଭାରମ୍ଭ କରାଯାଇନଥାଏ । ଓଡିଆ ପରମ୍ପରା ଅନୁସାରେ ଶୁଭ କାମରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଏ । ସେଥିପାଇଁ ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ କରାଯିବ । ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବାକୁ ପୁରୀ ଯାଇଛି ବିଜେପି ଟିମ୍ । ବିଜେପିର ନବ ନିର୍ବାଚିତ ବିଧାୟକ ପ୍ରଭାତୀ ପରିଡା, ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ ପ୍ରମୁଖ ପୁରୀ ଗସ୍ତରେ ଯାଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରୁ ଗୁଆ, ନଡିଆ ଏବଂ ନିମନ୍ତ୍ରଣ ପତ୍ର ନେଇ ପୁରୀ ଯାଇଛି ଟିମ୍ ।