କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନେକ ଜାଗାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ଇଣ୍ଡୋର ଷ୍ଟାଡିୟମ ଠାରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ରାଜନେତା ଯୋଗଦେଇ, ଯୋଗ ଗୁରୁ ମାନଙ୍କ ଠାରୁ ଯୋଗ ଶିକ୍ଷା କରିଥିଲେ।କେବଳ ଆଜି ଦିନରେ ନୁହେଁ, ପ୍ରତିଦିନ ଯୋଗ ର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର।ପରିଶେଷରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ, ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।