ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାର ପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ମୁବାରକ୍ ଅଲ୍ଲୀ, ଗଜପତି ଜିଲ୍ଲା ବଶିଷ୍ଠ ନାଗରିକ ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ, ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ବରିଷ୍ଠ ନାଗରିକ ମାନଙ୍କ ଅଧିକାର ଏବଂ ସେମାନଙ୍କ ପ୍ରତି ରହିଥିବା ବିଭିନ୍ନ ଦାୟିତ୍ଵ ଉପରେ ବୁଝାଇ ଥିଲେ।
ଏହି ଅବସରରେ ବିଶେଷ ବରିଷ୍ଠ ନାଗରିକ ମାନଙ୍କୁ ଉପଢୌକନ ଫୁଲ ତୋଳା ଏବଂ ମାନପତ୍ର ଦେଇ ସମ୍ମାନୀତ କରିଥିବା ବେଳେ ଅନେକ ବରିଷ୍ଠ ନାଗରିକ ମାନଙ୍କୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।