ଭୁବନେଶ୍ୱର : ଚାକିରିରୁ ନିଲମ୍ବିତ ହେଲେ ବିଜେଡ଼ି ନେତ୍ରୀ ତଥା ପୂର୍ବତନ ବିଧାୟକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ଛୁରିଆ । ରାଜନୈତିକ ସମ୍ପୃକ୍ତି ନେଇ ଅଭିଯୋଗରେ ହେଲା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସେ କାର୍ଯ୍ୟ କରୁଥିଲେ ।
ସୂଚନା ଅନୁଯାୟୀ ଦୁର୍ଗା ପ୍ରସାଦ ଛୁରିଆ କନ୍ଧମାଳ ଜିଲ୍ଲା ସମବାୟ ସମିତି ସହ ଭୁବନେଶ୍ୱର ରାଜ୍ୟ ସମବାୟ ସମିତି କାର୍ଯ୍ୟାଳୟରେ ମଧ୍ଯ ବରିଷ୍ଠ ସହକାରୀ ନିବନ୍ଧକ ଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ବିରୋଧରେ ଏକ ରାଜନୈତିକ ଦଳ ସହ ଜଡ଼ିତ ରହିବା ଓ ଦଳୀୟ କାର୍ଯ୍ୟକଳାପରେ ଭାଗ ନେବା ନେଇ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗକୁ ଭିତ୍ତି କରି ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ନିଲମ୍ବନ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡ଼ିଶା ସରକାରୀ ସେବା ଆଚରଣ ନିୟମ, ୧୯୫୯ ଓ ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମର ସମ୍ପୃକ୍ତ ଧାରା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।
ସୂଚନା ଥାଉକି ଦୁର୍ଗା ପ୍ରସାଦ ଛୁରିଆଙ୍କ ପତ୍ନୀ ବିଜେଡିର ଆଗଧାଡିର ଜଣେ ନେତ୍ରୀ ଅଟନ୍ତି । ଗତ ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା କିନ୍ତୁ ସେ ହାରିଯାଇଥିଲେ ।