ରାଉରକେଲା : ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୁଣି ଜବତ ହେଲା ବିପୁଳ ବିସ୍ପୋରକ ସାମଗ୍ରୀ। ୧୬ଟି ଦୁଇ କେଜି ବିଶିଷ୍ଟ ଆଇଇଡି ବୋମା ହୋଇଛି। ଯାହାକୁ ଜବତ କରି ନଷ୍ଟ କରିଛନ୍ତି ସୁରକ୍ଷା ବାହିନୀ। ତେବେ ଝାଡ଼ଖଣ୍ଡ ଓଡିଶା ସୀମା ଚାଇବାସା ଟୋକଲ ଥାନା ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜା ଯାଇଥିବା ଖବର ସାମ୍ନାକୁ ଆସୁଛି। ଏହାପରେ ସମସ୍ତ ଅଧିକାରୀଙ୍କ ଦ୍ୱାରା ଉକ୍ତ ସ୍ଥାନରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ସୂଚନା ଅନୁସାରେ, ସରଣ୍ଡା ଜଙ୍ଗଲରେ ଆଇଇଡି ବୋମା ଖଞ୍ଜା ଯାଇଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ଝାଡ଼ଖଣ୍ଡ ସୁରକ୍ଷା ବାହିନୀ। ଏହାପରେ ତୁରନ୍ତ ଝାଡ଼ଖଣ୍ଡ ଜାଗୁଆର ଏବଂ ସିଆରପିଏଫ ସହ ଚାଇବାସା ଏବଂ ସରାଇକେଲା ସହ ଖରସୁଆଁ ପୋଲିସ ମିଶି କରିଥିଲେ ସର୍ଚ୍ଚ ଅପରେସନ। ଏହାପରେ ସେହି ଅଂଚଳରୁ ୧୬ଟି ଦୁଇ କେଜି ବିଶିଷ୍ଟ ଆଇଇଡି ବୋମା ଜବତ କରିଥିଲେ ସୁରକ୍ଷା ବାହିନୀ। ଏହାସହିତ ସୁରକ୍ଷା ବାହିନୀ ଏହି ବୋମା ଗୁଡିକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି। ତେବେ ଟପ ମାଓନେତା ଅସୀମ ମଣ୍ଡଳ ସହ ମିସିର ଏବଂ ମୋଛୁ ଅନମୋଲ ମାନେ ବର୍ତ୍ତମାନ ଯେଉଁଭଳି ଆକ୍ଟିଭ ହେଉଛନ୍ତି ତାକୁ ନେଇ ସରଣ୍ଡା ଜଙ୍ଗଲରେ ଲଗାତାର ଭାବରେ ସର୍ଚ୍ଚ ଅପରେସନ ଚାଲିଛି।