ଭୁବନେଶ୍ୱର : ହୁତୁହୁତୁ ହୋଇ ଜଳିଲା ଘର। ଫଳରେ ଜଳିଗଲା ଅନେକ ଆସବାବପତ୍ର। ତେବେ ରାଜଧାନୀ ଭୁବନେଶ୍ୱରର ପଞ୍ଚସଖା ନଗରରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ। ଖବରପାଇ ତମାଣ୍ଡୋରୁ ଏକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ , ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ଘର ଭିତରେ ଥିବା ସମସ୍ତ ଜିନିଷ ଜାଳିବା ଆରମ୍ଭ କରିଥିଲା। ଯାହାପରେ ଘର ଲୋକ ତୁରନ୍ତ ଅଗ୍ନିଶମ ବାହିନୀ ଓ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ। ଖବର ପାଇ ତମାଣ୍ଡୋରୁ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେ ପୋଲିସ ଏବଂ ଅଗ୍ନିଶମ ବାହିନୀର ତଦନ୍ତ ପରେ ହିଁ ନିଆଁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ରହିଛି। ତେବେ ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନଥିବା ମଧ୍ୟ ଖବର ମିଳିଛି।