ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ । ଏବେ ମୋଟ୍ ଡ୍ୟାମର ୧୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ ଫୁଟ ରହିଥିଲା । ଜଳଭଣ୍ଡାରକୁ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ଗତକାଲି ରାତିସାରା ସମ୍ବଲପୁରରେ ବିକ୍ଷିପ୍ତ ବର୍ଷା ଲାଗିରହିଥିବା ବେଳେ ଆଜି ସକାଳୁ ମଧ୍ୟ ବର୍ଷା ଲାଗିରହିଛି । ତେଣୁ ଡ୍ୟାମର ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ଯଦି ଏହିପରି ବର୍ଷା ଲାଗିରହେ ତେବେ ଆଗକୁ ଅଧିକ ସଂଖ୍ୟକ ଗେଟ ଖୋଲିବା ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ ;- ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି