ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍, ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା ଜବତ
Khabar Odisha:GR7S-more-than-Rs-14-lakh-in-cash-was-seized-in-the-vigilance-net
ନବରଙ୍ଗପୁର , ଜାନୁଆରୀ 21 (ଖବର ଓଡ଼ିଶା):

 ଅଡ଼ୁଆରେ ପଡ଼ିଯାଇଛନ୍ତି ଜିଆରଏସ୍ ବାବୁ । ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଶିନସାରୀ ଗାମପଞ୍ଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସର ୩ଟି ଟିମ୍ । ଏହି ୩ଟି ଟିମ୍‌ର ପ୍ରାୟ ୧୫ଜଣ ସାମିଲ ରହିଛନ୍ତି । ଏକାକାଳୀନ ଜିଆର୍‌ଏସ୍ ହିମାଞ୍ଚଳ ବାଘଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ଘରୁ ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ରେଡ୍ ନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ ।

  • Tags:

Subscribe

National International State Sports Entertainment