ବଲାଙ୍ଗୀର ଜିଲ୍ଲାରେ ଗୋଟେ କୋଇଲା ବୋଝେଇ ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଆଜି ସକାଳେ ବଲାଙ୍ଗୀରର କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଟ୍ରେନଟି ତୁରକେଲା ରେଲୱେ ଷ୍ଟେସନରୁ ଆସୁଥିବା ସମୟରେ ଟ୍ରେନର ଗୋଟେ ବଗିରେ ନିଆଁ ଲାଗିଯାଇଥିଲା ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।
ଟ୍ରେନରେ ନିଆଁ ଲାଗିବା ଖବର ତୁରେକେଲାର ଷ୍ଟେସନ ମାଷ୍ଟର କଣ୍ଟାବାଞ୍ଜି ଷ୍ଟେସନକୁ ଦେଇଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଓ ରେଲୱେ ଷ୍ଟେସନର ଅଧିକାରୀମାନେ ନିଆଁ କେଉଁ କାରଣରୁ ଓ କ'ଣ ପାଇଁ ଲାଗିଲା ତାହାର ତଦନ୍ତ ଆରମ୍ଭ କରିଛି । କୌଣସି କ୍ଷୟକ୍ଷତିର ସୂଚନା ମଧ୍ୟ ମିଳିନାହିଁ ।
ଆଗକୁ ପଢ଼ନ୍ତୁ : ଜଗା ଦର୍ଶନ କରିବାକୁ ଯାଉଥିଲା ବେଳେ ଘଟିଗଲା ଦୁର୍ଘଟଣା