ନିଆଁରେ ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆଖୁ , ଏବେ ଋଣ ଶୁଝିବା ଚିନ୍ତାରେ ଚାଷୀ
Khabar Odisha:Fire-Mishap-in-Dhenkanal
ଭୁବନେଶ୍ୱର, ଫେବୃଆରୀ 28(ଖବର ଓଡିଶା) :

ହୁତୁ ହୁତୁ ହୋଇ ଜଳୁଛି ଆଖୁ  । ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆଖୁ  । ଢେଙ୍କାନାଳ ଜିଲ୍ଲା କୁକୁର ଭୋକ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ କଣ୍ଟାପାଳ ୧ନଂ କଲୋନୀର କୁକୁର ଭୋକ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି  । ଗ୍ରାମର ସୀତାରାମ ସୁରେନଓ ଭଗବାନ ମାରାଣ୍ଡିଙ୍କର ପାଖାପାଖି ୬ଏକର ଆଖୁ କିଆରୀରେ ଆଜି କୌଣସି କାରଣରୁ ଅଚାନକ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।  ସେତେବେଳକୁ  ଲକ୍ଷାଧିକ ଟଙ୍କାର ଆଖୁ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ଋଣ କରି ଚାଷ କରିଥିଲେ ଦୁଇ ଜଣ ଚାଷୀ  । ଏବେ ଋଣ କିପରି ଶୁଝିବେ ଓ  ପରିବାର କିପରି ଚଳାଇବେ ତାକୁ ନେଇ ଚିନ୍ତାରେ ଏବେ ଦୁଇ ଚାଷୀ  । ତେବେ ସେମାନଙ୍କ ଋଣ ଛାଡ ସହ କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି 

  • Tags:

Subscribe

National International State Sports Entertainment