ପାରାଦୀପ : ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। କଟକ-ପାରାଦୀପ ରାଜରାସ୍ତାର ବଳରାମ ପୁର ଗଡା ଉପରେ ରେ ହାତରେ ଫାର୍ସା ଧରି ଲୋକଙ୍କୁ କଲେ ଭୟଭୀତ ଯୁବକ। ତେବେ ଯୁବକଙ୍କ ଉନ୍ମତକାଣ୍ଡ ଯୋଗୁଁ ଦୁଇଘଣ୍ଟା ଧରି ରାଜରାସ୍ତାରେ ଗାଡି ମୋଟର ଯାମ ହୋଇ ରହିଥିଲା। ଖବରପାଇ କୁଜଙ୍ଗ ଥାନା ପୋଲିସ ପହଞ୍ଚି ଥିଲେ ମଧ୍ୟ ପୋଲିସର ଲାଠିକୁ ଧରି ରାସ୍ତା ଉପରେ ଲୋକଙ୍କୁ କଲା ଭୟଭୀତ କରିଥିଲା ମଦ୍ୟପ ଯୁବକ। ବହୁ କସରତ ପରେ ପୋଲିସ ଓ ସ୍ଥାନୀୟ ଲୋକେ ଯୁବକକୁ କାବୁ କରିଥିଲେ। ତେବେ ମଦ୍ୟପ ଯୁବକ ଜଣଙ୍କ କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଉକ୍ତ ଯୁବକକୁ ନେଇ ପଚରାଉଚରା କରୁଛି।