ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ଶ୍ରୀଲିଙ୍ଗରାଜ । ଏହା ସହ ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୀର୍ଘଘଣ୍ଟା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । Read More >
ଶୀତରେ ଥରୁଛି ସାରା ଓଡିଶା । ଆହୁରୀ ଦୁଇଦିନ ଥରାଇବ ହାଡଭଙ୍ଗା ଶୀତ । ୩ ଦିନ ଯାଏ ୧୩ ଜିଲ୍ଲାରେ କୁହୁଡ଼ି ସମ୍ଭାବନା । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁପ୍ରବାହ ବଢ଼ିଛି । ଏହା ଆହୁରି ଶକ୍ତିଶାଳୀ ହେଉଛି । ଏହା ପ୍ରଭାବରେ ୧୭ ତାରିଖ ଯାଏ ପୂରା ରାଜ୍ୟକୁ ଥରାଇବ ଶୀତ । Read More >
ଭୁବନେଶ୍ଵର: ଆମ ବସ୍ ସେବା ସମ୍ପର୍କିତ ଗଠିତ ଊଚ୍ଚସ୍ତରୀୟ କମିଟି କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଆଧକ୍ଷତାରେ ଅନୁଷ୍ଠିତ ହୋଇଛି Read More >
ଢେଙ୍କାନାଳ: ଢେଙ୍କାନାଳରେ ମାଞ୍ଜା ସୂତା ଲାଗି ଜଣେ ଗୁରୁତର ଆହତ ହୋଇଛନ୍ତି । ଟାଉନ ଥାନା ଅନ୍ତର୍ଗତ ମୀନାବଜାର ନିକଟରେ ଏଭଳି ଅଘଟଣ ଘଟିଛି । ମାଞ୍ଜା ସୂତା ଲାଗି ଯୁବକଙ୍କ ନାକ ଓ ଆଙ୍ଗୁଠି କଟି ଯାଇଛି । ପ୍ରଥମେ ନାକରେ ମାଞ୍ଜା ସୂତା ଲାଗି କଟି ଯାଇଥିଲା । Read More >
ମକର ସଂକ୍ରାନ୍ତିରେରେ ରାଜଧାନୀରେ ଅଘଟଣ। ମାଞ୍ଜା ସୁତାରେ ଯୁବକଙ୍କର କଟିଗଲା ବେକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଖବର ଦେଲେ ଡାକ୍ତର। ଖବର ପାଇ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ନମ୍ବର ମାର୍କେଟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମାଞ୍ଜା ସୁତା ଜବତ ହୋଇଛି। Read More >
ଚିଲିକା ଟାପୁ ଭିତରେ ଚାଲିଛି ବାଘ ଗଣନା । ଚିଲିକା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ୫ ଟି ବନ୍ୟପ୍ରାଣୀ ରେଞ୍ଜ୍ରେ ଚାଲିଛି ହିଂସ୍ର ଜୀବଜନ୍ତୁ ଗଣନା । ହେଟା ବାଘ, ପାଣି ଓଧ, ଜଙ୍ଗଲୀ ବିଲେଇଙ୍କ ସଂଖ୍ୟା କେତେ ତାହା ଜାଣିବାକୁ କସରଥ ଚଳାଇଛି ବନ ବିଭାଗ । Read More >
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲା ପାଟଣା ରାଜନଗରରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ। ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇଥିଲେ। ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଥିଲେ Read More >
ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ DL । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । Read More >
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ବିକ୍ରି ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାକୁ କଟକରୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଶିଶୁକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । Read More >
ଭୁବନେଶ୍ୱର: ମକର ସଂକ୍ରାନ୍ତି ଭଳି ଏକ ମହାନ ଦିନରେ ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି । ମଙ୍ଗଳବାର ସନ୍ଧ୍ୟାଠାରୁ ନୀତିକାନ୍ତି ବନ୍ଦ ରହିଛି । ସେପଟେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଏକାମ୍ର ବିଧାୟକ ବାବୁ ସିଂ ଚେତାବନୀ ଦେଇଛନ୍ତି । Read More >
ବିଗତ କିଛି ଦିନ ହେବ ବିଭିନ୍ନ ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଚାଲିଛି। ଭିତରକନିକାରେ ମଧ୍ୟ କୁମ୍ଭୀର ଗଣତି ସାରିଛି। ଏପରିକି ଶିମିଳିପାଳରେ କୁମ୍ଭୀର ଗଣନା ବେଳେ କୁମ୍ଭୀର ସଂଖ୍ୟା ବଢିଛି। ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି। ବର୍ତ୍ତମାନ ମୋଟ ୮୪କୁ ବୃଦ୍ଧି ପାଇଛି କୁମ୍ଭୀରଙ୍କ ସଂଖ୍ୟା। ତେବେ ସର୍ବାଧିକ ୬୦ କୁମ୍ଭୀର ପଶ୍ଚିମ ଦେଓ ନଦୀରେ ଅଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। Read More >
ପୁରୀ: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକରରେ ପୁରୀ ଶ୍ରୀମନ୍ଦିରରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀଜୀଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି । Read More >
ଗୋରଖପୁରରେ ଆସ୍ଥାର ଖିଚଡି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଉତ୍ତରପ୍ରଦେଶରେ ଭୟଙ୍କର ଘଟଣା: ୩ବର୍ଷୀୟ ଝିଅକୁ କୁରାଢ଼ିରେ ହତ୍ୟା କଲା ବାପା
ରାଜକୋଟ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ପାଇଁ କିଏ ଦାୟୀ?
ମଧ୍ୟପ୍ରାଚ୍ୟ ଅଭିମୁଖେ ଯାତ୍ରା କଲା ଆମେରିକାର ବିମାନବାହୀ ଜାହାଜ 'ଆବ୍ରାହାମ ଲିଙ୍କନ'