ବଲାଙ୍ଗିର : ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର I ହଷ୍ଟେଲ କୋଠାରୀରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ଟାଉନ୍ ଥାନା ପୋଲିସ I ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର I ମୃତ ଛାତ୍ରୀ ଜଣକ ହେଲେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରତ୍ୟାଶା ପାଣିଗ୍ରାହୀ I ତାଙ୍କ ଘର ତୁରେକେଲା ବ୍ଲକରେ ବୋଲି ଜଣାପଡିଛି I ଘଟଣା ପରେ ମେଡିକାଲରେ ପହଁଚି ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି I
ଅନ୍ୟପଟେ ବଲାଙ୍ଗୀର ମେଡିକାଲରେ ପହଁଞ୍ଚିଥିଲେ ମୃତ ଛାତ୍ରୀଙ୍କ ମାଆ ବାପା। ମେଡିକାଲ ପରିସରରେ ଥିବା ପୋଲିସ ବିଟ ହାଉସ୍ ଠାରେ ପରିବାର ଲୋକଙ୍କ ସହ ପୋଲିସ ଘଟଣା କୁ ନେଇ ଆଲୋଚନା କରିଛି I ତେବେ କଲେଜ କତ୍ତୃପକ୍ଷଙ୍କ ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି ମାଆ ବାପା। ୩ଦିନ ତଳେ ଛାତ୍ରୀ ଙ୍କ ସାଙ୍ଗର ଜନ୍ମଦିନ ଥିଲା ସେଠାରେ ଜନ୍ମଦିନ ପାଳନ କରିବା ସହ ଫୋଟୋ ଉଠାଇ ଥିଲେ । ତେବେ ସେହି ଫୋଟୋ ସୋସିଆଲ ମିଡିଆରେ ତାଙ୍କ ସାଙ୍ଗ ଛାଡ଼ିଦେଇ ଥିଲେ ଯାହାକୁ ନେଇ କଲେଜ କତ୍ତୃପକ୍ଷ ଓ ହଷ୍ଟେଲ ୱାଡେନ ମୋବାଇଲ ରଖିଥିବା କହି ଗାଳିଦେବା ସହ ମୋବାଇଲ ଜବତ କରିଥିଲେ। ଏନେଇ ମାନସିକ ଚାପରେ ରହି ପରିବାର ଲୋକଙ୍କୁ ଫୋନ କରିଜଣାଇଥିଲେ । ତେବେ ଗତ ଦିଇ ଦିନଧରି କଲେଜ ମଧ୍ୟ ସେ ଯାଉନଥିବା ବେଳେ ଗୁରୁବାର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ସେପଟେ ବଲାଙ୍ଗିର ଟାଉନ ଥାନା ପୋଲିସ ମୃତଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଛାତ୍ରୀ ପଢ଼ୁଥିବା ସିବିଏସସି କଲେଜ ପ୍ରିନ୍ସିପାଳ ଘଟଣାକୁ ନେଇ ମୁହଁଖୋଲିବାକୁ ନାରାଜ ।