କରୋନା ଭୟ, ଜ୍ବର ହୋଇ ମୃତ୍ୟୁ ଘଟିବାରୁ ଶବଦାହ ପାଇଁ କାନ୍ଧ ଦେଲେନି ସମ୍ପର୍କୀୟ
Khabar Odisha:Corona-was-frightened-and-died-of-a-fever-and-her-relatives-did-not-pay-her-respects
ସମ୍ବଲପୁର, ଏପ୍ରିଲ ୨୩ (ଖବର ଓଡ଼ିଶା):

ସମ୍ବଲପୁରର ଜଣେ ମହିଳାଙ୍କ ସାଧାରଣ ଜ୍ୱରରେ ମୃତ୍ୟୁବରଣ ଘଟିବାରୁ କରୋନା ଭୟରେ ଶେଷକୃତ୍ୟରେ କେହି ସମ୍ପର୍କୀୟ କାନ୍ଧ ଦେଇନଥିବା ଦେଖାଯାଇଛି 

ତାଙ୍କ ଶବକୁ ଟ୍ରଲି ରିକ୍ସାରେ ଦାହ ପାଇଁ ନିଆଯାଇଛି । ସମ୍ପର୍କୀୟମାନେ କାନ୍ଧ ଦେବାକୁ ମନା କରିଛନ୍ତି । ମୃତ ମହିଳା ଜଣକ ସମ୍ବଲପୁରର ଚିପଲିମା ଏନଏଫ କଲୋନୀର ପୁଚି ମହାନ୍ତି ବୋଲି ଜଣାପଡିଛି।

ଗୁରୁବାର ଏଭଳି ଘଟଣା ଘଟିଛି। ଅଳ୍ପ କିଛି ସ୍ବେଚ୍ଛାସେବୀଙ୍କ ସହ ତାଙ୍କ ଝିଅ ମୃତଦେହକୁ ଟ୍ରଲିରେ ଶେଷ ରୀତିନୀତି ପାଇଁ ନେଇଯାଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ପୁଚି ସାଧାରଣ ଜ୍ୱର ପରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ସେ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ହେବା ସମୟରେ ମୃତ୍ୟୁ ଘଟିଛି  । 

ଶେଷ ରୀତିନୀତି କରିବା ପାଇଁ ପୁଚିଙ୍କ ପରିବାର ସଦସ୍ୟ ସମ୍ପର୍କୀୟ ଏବଂ ପଡ଼ୋଶୀମାନଙ୍କ ସାହାଯ୍ୟ ଲୋଡିଥିଲେ କିନ୍ତୁ କେହି ଆସିନଥିଲେ । ତେଣୁ ତାଙ୍କ ପୁଅ ବାବୁଲି ମହାନ୍ତି ଏବଂ ନାତୁଣୀ ରୁପାଲି ସ୍ବେଚ୍ଛାସେବୀଙ୍କ ସହାୟତାରେ ଟ୍ରଲିରେ ଶବକୁ ଟାଣି ନେଇଛନ୍ତି ।

  • Tags:

Subscribe

National International State Sports Entertainment