ଭୁବନେଶ୍ୱର: ଫେରିଲା କରୋନା । ରାଜଧାନୀରେ ଜଣେ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସାରା ଦେଶରେ କରୋନା ମହାମାରୀ ପୁଣି କାୟା ବିସ୍ତାର କରୁଛି । ଯାହାଫଳରେ ସବୁଠି କରୋନାର ଭୟ ଖେଳିଯାଇଛି । କରୋନା ସମୟରେ ସାରା ବିଶ୍ଵରେ ହୋଇଥିବା ଉତ୍କଟ ପରିସ୍ଥିତିକୁ ବିଶ୍ଵବାସୀ ଭୁଲିନଥିବାବେଳେ ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଭୟର କାରଣ ସାଜିଛି । ଆକ୍ରାନ୍ତ ଜଣକ ନିକଟରୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ଫେରିଥିଲେ । ଆକ୍ରାନ୍ତ ଜଣକ ଏକ କ୍ୱାରେନଣ୍ଟାଇନ୍ ରେ ରହୁଥିବା ସୂଚନା ମିଳିଛି । ଆକ୍ରାନ୍ତ ଜଣକ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ମଧ୍ୟ ସୂଚନା ମିଳିଛି ।
ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ସତର୍କତାର ସହିତ କୋଭିଡ୍ କୁ ମୁକାବିଲା କରାଯିବ । ସମସ୍ତଙ୍କୁ ସତର୍କତାର ସହିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ମାକ୍ସ ବ୍ୟବହାର କରିବା ସହିତ ସତର୍କତାର ସହିତ ଲୋକଙ୍କୁ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଏକ ସଂକ୍ରାମକ ରୋଗ ଯାହା ଭୂତାଣୁ ଦ୍ୱାରା ବ୍ୟାପିଥାଏ । ଏହାର ଲକ୍ଷଣ ଥଣ୍ଡା, ଜ୍ୱର ଓ କାଶ ମାଧ୍ୟମରେ ଦେଖା ଯାଇଥାଏ । ସତର୍କତାର ସହିତ ଭୟଭୀତ ନ ହୋଇ କରୋନାର ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଛି ।