ଭୁବନେଶ୍ୱର ,ଜାନୁଆରୀ ୧(ଖବର ଓଡ଼ିଶା):
କରୋନା ଭୂତାଣୁ ରୁ ରକ୍ଷା ପାଇବା ପାଇଁ ଆସନ୍ତା ୩ ତାରିଖରେ ୧୫-୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ । ତେବେ ଏହାକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି କୋୱିନ୍ ପ୍ଲାଟଫର୍ମରେ ପଞ୍ଜୀକରଣ ।
ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବଳ ସେହିମାନେ ହିଁ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି। ଏଯାଏଁ କୋୱିନ୍ ରେ ୪୫ ହଜାରରୁ ଅଧିକ ପିଲା ଟିକା ପାଇଁ ବୁକିଂ କଲେଣି ।