ଭୁବନେଶ୍ୱର, ଜୁନ୍ ୨୨(ଖବର ଓଡିଶା):
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଟ୍ୱିଟ ଜରିଆରେ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ କରିବାକୁ ମଧ୍ୟ ଅପିଲ କରିଛନ୍ତି । ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ କରିଛନ୍ତି ।
ତେବେ ଏନ୍ଡିଏର ରାଷ୍ଟ୍ରପତି ହେଲା ପରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦ୍ରୌପଦୀ ମୁର୍ମୁ ନିଜ ଜୀବନରେ ସମାଜ ସେବା କରିବା ସହିତ ଗରିବ-ଦଳିତଙ୍କ ମୁହଁରେ ହସ ଫୁଟାଇଛନ୍ତି । ଲୋକଙ୍କୁ ସଶକ୍ତ କରିବାରେ ବଡ଼ ନେତୃତ୍ୱ ନେଇଛନ୍ତି ।
ସର୍ବୋପରି ସମାଜର ବିକାଶ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ତାଙ୍କ ପାଖରେ ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ରହିଛି । ତାଙ୍କର କାର୍ୟ୍ୟକାଳ ସ୍ମରଣୀୟ ହୋଇଛି । ମୋର ବିଶ୍ୱାସ ଯେ, ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ।