କେନ୍ଦୁଝର: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝର ଜିଲ୍ଲା ପାଟଣା ରାଜନଗରରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ। ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ବୁଡ଼ ପକାଇଥିଲେ। ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଥିଲେ।
ଏହାସହ ସୋସିଆଲ ମିଡିଆ 'ଏକ୍ସ'ରେ ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଏହି ମହାନ ପରମ୍ପରା ଆମ ସାମାଜିକ ଏକତା ଓ ସଂହତିକୁ ଆହୁରି ସୁଦୃଢ଼ କରୁ ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରଗତିର ଧାରା ଅବ୍ୟାହତ ରହୁ ଏବଂ ପ୍ରତ୍ୟେକ ପରିବାରରେ ହସଖୁସି ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।