ଛତ୍ରପୁରର ଅଧିଷ୍ଟାତ୍ରୀ ଦେବୀ ମା ରମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଐତିହାସିକ ନିଆର ଏ ବାତାବରଣ । ମନମୁଗ୍ଧ କରୁଛି ପରିବେଷକୁ । ପୁରାଣ ଯୁଗରୁ ଦେବୀ ପୂଜା ଶକ୍ତି ପୂଜା ପ୍ରଚଳିତ ହୋଇ ଆସୁଥିବା ଭାଗବତରେ ଏହାର ବର୍ଣ୍ଣନା ଦେଖିବାକୁ ମିଳିଛି । ଭାରତୀୟ ସଂସ୍କୃତି ମାତୃଶକ୍ତିର ଉପାସନା ଅତି ପ୍ରାଚୀନ। ଦକ୍ଷିଣାଅଞ୍ଚଳ ତଥା ସମ୍ପର୍ତି ଗଞ୍ଜାମରେ ଥିବା କେତେକ ଶକ୍ତିପୀଠ ମାନଙ୍କରେ ପୂଜିତ ଦେବୀ ମାନଙ୍କରେ ଯେଉଁ ପାରମ୍ପରିକ ଯାତ୍ରା ସମ୍ଭାର ଆରମ୍ଭ ହୋଇ ଆସୁଥିଲା ତାହା ଠାକୁରାଣୀ ଯାତ୍ରା ନାମରେ ଜନମାନସରେ ପ୍ରଚଳିତ ହୋଇ ଆସୁଛି ।
ତେବେ ଏହି ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁରର ଆରାଧ୍ୟ ଦେବୀ ମା ଠାକୁରାଣୀଙ୍କ ଠାରୁ ଆଜ୍ଞାମାଳ ନିମନ୍ତେ ବିଭିନ୍ନ ପୂଜାର୍ଚନା କରାଯାଇଛି । ନୀଳକଣ୍ଠେଶ୍ଵର ସାହି ସ୍ଥିତ ମା’ ଙ୍କ ଅସ୍ଥାୟୀ ମଣ୍ଡପ ଠାରେ ରୀତି ନୀତି ଅନୁସାରେ ସମସ୍ତ ପ୍ରକାର ପୂଜାର୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପ୍ରାରମ୍ଭରେ ପାରମ୍ପରିକ ରୀତି ନୀତି ଅନୁସାରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ସହର ପରିକ୍ରମା କରି ମା’ ଙ୍କ ମନ୍ଦିର ନିକଟରେ ପହଂଚି ବିଭିନ୍ନ ପୂଜା କରିଥିଲେ । ଯାତ୍ରା କମିଟିର ମ୍ୟାନେଜର ସି. ଏଚ. ଦୟାନନ୍ଦ ରେଡ୍ଡୀ ଙ୍କ ନେତୃତ୍ୱରେ ସମସ୍ତ କମିଟିର କର୍ମକର୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।
ଅଧିକା ପଢନ୍ତୁ :ପଶ୍ଚିମ ଦ୍ବାରରେ ପ୍ରବଳ ଭିଡ