ପାଳନ ହେବ ଚିତା ଶାବକର ଜନ୍ମଦିନ khabar odisha :29/03/2024 Share story: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପାଇଁ ଆଜି ହେଉଛି ଏକ ଖୁସିର ଦିନ । ଭାରତରେ ଜନ୍ମ ହୋଇଥିବା ଚିତା ଶାବକର ଆଜି ହେଉଛି ପ୍ରଥମ ଜନ୍ମଦିନ । ଯାହାକୁ ନେଇ ଆଜି କୁନୋରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏବଂ କୁନୋ ପାର୍କରେ ଚିତା ଛୁଆର ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରାଯିବା ପାଇଁ ଯୋଜନା କରାଯାଇଛି । ଏପରିକି ଚିତା ଛୁଆ ତା ସାଙ୍ଗମାନଙ୍କ ସହ କେକ କାଟିବାର ଯୋଜନ ମଧ୍ୟ ରହିଛି । ଆଉ ୧ ବର୍ଷ ପୂରଣ ହୋଇଥିବା ଏହି ଚିତାର ନାମ କରଣ ମଧ୍ୟ କରାଯିବ । ତେବେ ନାମ୍ବିଆରୁ ଏଣାଯାଇଥିବା ଚିତା ଜ୍ୱାଲା କୁନୋରେ ଠିକ ଆଜିର ଦିନରେ ଅର୍ଥାତ ମାର୍ଚ୍ଚ ୨୯ ତାରିଖରେ ୪ ଟି ଚିତା ଶାବକଙ୍କୁ ଜନ୍ମ ଦେଇଥିଲା । ଏବଂ ସେମାନଙ୍କ ମଧ୍ୟରୁ ୩ ଟି ଶାବକ ମରିଯାଇଥିଲା ଏହି ଗୋଟିଏ ଛୁଆଁ ବଂଚିଥିଲା । ଆଉ ଯାହାର ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରିବା ପାଇଁ କୁନୋ କତୃପକ୍ଷ ଅନେକ ଆୟୋଜନ କରିଛନ୍ତି । ଖାଲି ସେତିକି ନୁହେଁ ଦ୍ୱୀତିୟ ଥର ପାଇଁ ନିକଟରେ ଜ୍ୱାଲା ଆଉ ୬ ଟି ଶାବକଙ୍କୁ ଜନ୍ମ ଦେଇଛି । ତେବେ ବର୍ତମାନ କୁନୋରେ ଚିତା ସଂଖ୍ୟା ୨୭ ଥିବା ବେଳେ ଶାବକଙ୍କ ସଂଖ୍ୟା ୧୪ ରହିଛି । tiger national park madhyapradesh Henilprava Swain, Author, 29/03/2024