ଭୁବନେଶ୍ୱର, ଜାନୁଆରୀ ୧(ଖବର ଓଡ଼ିଶା): ଦିବଗଂତ ନେତା ତଥା ଝାରସୁଗୁଡା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡିଛି ବିଧାୟକ ପଦବୀ । ବିଧାୟକ ପଦ ଖାଲି ପଡିବାର ୬ ମାସ ମଧ୍ୟରେ ନିର୍ବାଚନ କରାଇବାକୁ ନିୟମ ରହିଛି ।
ତେବେ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି ।
ତେବେ ରାଜ୍ୟରେ ଆଉ ଏକ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଠାରୁ ରାଜନୈତିକ ମାହୋଲ ଉଷ୍ମ ହେବା ଆରମ୍ଭ ହୋଇଛି । ବ୍ରଜରାଜନଗର ଶାସକ ଦଳ ତଥା ବିଜେଡ଼ିର ଗଡ଼ ହୋଇଥିବା ବେଳେ ଉପନିର୍ବାଚନରେ ଲୋକ କାହା ଉପରେ ଭରଷା କରିବେ ଏବେ ତାକୁ ନେଇ ବଢିଛି ଆଶଙ୍କା ।