ଖୋର୍ଦ୍ଧା: ବୋଲଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୋଲଗଡ଼ର ଗୋପବନ୍ଧୁ ଛକ ନିକଟରେ ବସଟି ରାସ୍ତା ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ବସ ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ: ବିଗିଡ଼ିଲା ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟବସ୍ଥା; ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ନିଆଗଲା ଦିଲ୍ଲୀ
ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହି ବସ ନାରାୟଣୀ ଭାରସାମ୍ୟ ହରାଇ ବୋଲଗଡ଼ ଗୋପବନ୍ଧୁ ଛକରେ ହଠାତ ପଶିଯାଇ ଓଲଟି ପଡିଥିଲା । ପରେ ସ୍ଥାନୀୟ ଲୋକ ବସ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଯୋଗେ ବୋଲଗଡ଼ ଏବଂ ଖୋର୍ଦ୍ଧା ପଠାଇଥିଲେ । ତେବେ ଏ ନେଇ ବୋଲଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦ୍ରୁତଗତିରେ ଓଭରଟେକ ଦୁର୍ଘଟଣାର କାରଣ ବୋଲି ଜଣାପଡିଛି ।