ଭୁବନେଶ୍ୱର: ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ନଭେମ୍ବର କିମ୍ବା ଡିସେମ୍ବର ମାସରେ ରାହୁଲ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି।
ରାହୁଲ ଓଡ଼ିଶାରେ ରୋଡ ଶୋ କରିବା ସହ ବିଶାଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥି ସହ ବିଭିନ୍ନ ଜିଲ୍ଲାରେ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିରେ ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି।