ଦିଗପହଣ୍ଡି : ନୃଶଂସ ପୁଅର ଅମାନବୀୟ କାଣ୍ଡ। ବ୍ଲେଡରେ କାଟିଲା ନିଜ ଜନ୍ମକଲା ବାପାର ବେକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ବାପାକୁ ମାରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ ପୁଅ। ତେବେ ଗୁରୁତର ଆହତ ବ୍ୟକ୍ତି ହେଲେ ସୀମାଞ୍ଚଳ ସାହୁ। ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳର ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏହାସହ ଫେରାର ଅଭିଯୁକ୍ତକୁ ଖୋଜାଖୋଜି କରିବା ସହିତ ଘଟଣାର ଛାନ୍ଭିନ୍ ମଧ୍ୟ ଜାରି ରଖିଛି।
ସୂଚନା ଅନୁସାରେ, ସୀମାଞ୍ଚଳ ସାହୁ ଏବଂ ତାଙ୍କ ପୁଅ କୁନା ସାହୁଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା। ଯାହାକୁ ନେଇ ଅନେକ ସମୟରେ ତାଙ୍କ ଘରେ ମଧ୍ୟ ଅଶାନ୍ତି ଲାଗି ରହିଥିଲା। ତେବେ ରବିବାର ସନ୍ଧ୍ୟାରେ ସମୟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ। ଏହାପରେ ଅଭିଯୁକ୍ତ ପୁଅ କୁନା ରାଗିଯାଇ ତାଙ୍କ ବାପା ସୀମାଞ୍ଚଳ ସାହୁଙ୍କୁ ଏକ ବ୍ଲେଡ ଯୋଗେ ଆକ୍ରମଣ କରିଥିଲେ। ଏପିରିକି ବ୍ଲେଡ୍ରେ ବାପାଙ୍କ ବେକ ମଧ୍ୟ କାଟିଦେଇଥିଲେ। ଯାହାଫଳରେ ସୀମାଞ୍ଚଳଙ୍କ ଅବସ୍ଥା ଗୁରୁତର ହେବା ସହିତ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ପୋଲିସ ଘଟଣାସ୍ଥଳର ପହଞ୍ଚି ଘଟଣାର ତଦନ୍ତ କରୁଛି।