ବୌଦ୍ଧ : ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ । ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତ ର ଖଜୁରୀପଡା ଓ ଗଣ୍ଡପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢଉ କରି ବିପୁଳ ପରିମାଣର ଗଂଜେଇ ଚାଷ ନଷ୍ଟ କରିଛି ।
ମିଳିଥିବା ସୂଚନା ମୁତାବକ ସୋମବାର ସକାଳୁ ବୌଦ୍ଧ ଜିଲ୍ଲା ପୋଲିସ ଅଧ୍ୟକ୍ଷକ ନାଗରାଜ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ପୁଲିସ ଟିମ୍ ସହିତ ବନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମାନେ ଆମ୍ବଝରୀ ପଞ୍ଚାୟତ ଆଭ୍ୟନ୍ତରୀଣ ଜଙ୍ଗଲରେ ଚଢଉ କରିଥିଲେ।ଖଜୁରୀପଡା ଓ ଗଣ୍ଡପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ନାଳ କଡରେ ପ୍ରାୟ ୪୧ ଏକର ଜାଗାରେ ହୋଇଥିବା ୪୧ ହଜାର ଗଂଜେଇ ଗଛ କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଆଁରେ ପୋଡି ନଷ୍ଟ କରାଯାଇଥିଲା। ଏହି ଚଢାଉରେ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ,ରିଜର୍ଭ ଇନସିପେକ୍ଟର କୁଳମଣି ଗିରି,ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା, ରାଜସ୍ବ ନୀରିକ୍ଷକ ବଘିଆପଡା ପ୍ରମୁଖ ସାମିଲ ଥିଲେ। ଏନେଇ କେସ ନଂ ୩୯୪/୨୪ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବୌଦ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।