ଗତକାଲି ଶୀତଳ ଷଷ୍ଠି ଯାତ୍ରାରେ ଶିବ ପାର୍ବତୀଙ୍କ ବାହାଘର ସମାପ୍ତ ହୋଇଛି । ଏହା ହେଉଛି ବିଶ୍ବ ପ୍ରସିଦ୍ଧ ଯାତ୍ରା । ଓଡିଶାରେ ଶୀତଳ ଷଷ୍ଠୀ ଯାତ୍ରା ବହୁତ ଧୁମଧାମରେ ପାଳନ କରାଯାଏ । ଗତକାଲି ମାତା ପାର୍ବତୀ ଏବଂ ମହାଦେବ ଶିବଙ୍କର ବାହାଘର ବହୁତ ଧୁମଧାମରେ ଶେଷ ହୋଇଛି।
ସମ୍ବଲପୁର ପରେ ବରଗଡର ବରପାଲି ହେଉଛି ଦ୍ୱିତୀୟ ପ୍ରସିଦ୍ଧ ସ୍ଥାନ, ଯେଉଁଠାରେ ଶୀତଳ ଷଷ୍ଠୀ ଯାତ୍ରା ଅତି ଧୁମଧାମରେ ପାଳନ କରାଯାଏ । ବରପାଲି ଶୀତଳ ଶଷ୍ଠୀ ଯାତ୍ରା ଚତୁର୍ଥ ରାତିରେ ପହଞ୍ଚୀଥିବା ବେଳେ ରାତ୍ରୀ ୧୦ ଟା ସମୟରେ ସତ ଆରତି ପରେ ବାବାଙ୍କ ସହର ପରିକ୍ରମା କରି ହିମାଦ୍ରି ନଗର ପହଞ୍ଚି ଥିଲେ। ବାବାଙ୍କ ବରାତିରେ ଓଡିଶା ତଥା ଅନ୍ୟାନ୍ୟ ରାଜ୍ୟରୁ ସାଂସୃତିକ ନୃତ୍ୟ ଦଳ ଆସି ବାବାଙ୍କ ବାରାତିରେ ସାମିଲ ରହିଥିବାବେଳେ କିନ୍ନର ମାନେ ନିଜର ଦାଇତ୍ବ ତୁଲାଇବାରେ ପଛରେ ପଡିନଥିଲେ। ପରମ୍ପରା ଅନୁସାରେ ଶିବଙ୍କ ବରାତିରେ କିନ୍ନର ମାନେ ନୃତ୍ୟ କରିଥାନ୍ତି, ଯାହାକି ଅର୍ଦ୍ଧ ନାରୀରୁ ମୁକ୍ତି ଓ ଧରିତ୍ରୀର ଉତ୍ତାପକୁ ଶୀତଳ କରିବା ପାଇଁ ବର୍ଷା ହୋଇଥାଏ। ସେପରି ବାବାଙ୍କ ବରାତିରେ ପରଭା ବୋହିବାର ପରମ୍ପରା ରହିଛି। ଶିବଙ୍କ ବରଯାତ୍ରୀରେ କରଞ୍ଜିଆ ସମାଜ ଖାଲି ପାଦରେ ବାବାଙ୍କ ପରଭା ଉଠାଇ ନିଜ କାନ୍ଧରେ ବୋହି ହିମାଦ୍ରୀ ନଗର ପହଞ୍ଚି ଥିଲେ। ବାବା ଶିବଙ୍କ ବରାତି ଦେଖିବାପାଇଁ ହଜାର ସଖ୍ୟାରେ ଦର୍ଶକଙ୍କ ଭିଡ ରହିଥିଲା।
ଅଧିକା ପଢନ୍ତୁ:ଆସନ୍ତା ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ