SBI ଗ୍ରାହକଙ୍କୁ ବଡ ଝଟକା khabar odisha :28/03/2024 Share story: ଏସ.ବି.ଆଇ ଗ୍ରାହକଙ୍କୁ ବଡ ଝଟକା । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ଗ୍ରାହକ ମାନଙ୍କୁ ବଡ ଝଟକା ଦେଇଛି । ଏସ.ବି.ଆଇ ଡେବିଟ କାର୍ଡ ଉପରେ ମେଣ୍ଟେନାନ୍ସ ଚାର୍ଜ ବଢାଇବା ପାଇଁ ଘୋଷଣା କରିଛି । ଯାହା ଏପ୍ରିଲ ମାସ ପହିଲାରୁ ଲାଗୁ ହେବ ବୋଲି ସୂଚନା ମିଳିଛି । କ୍ଲାସିକ , ସିଲଭର , କଣ୍ଟାକ୍ଟଲେସ ଏବଂ ଏସ.ବି.ଆଇ ଡେବିଟ କାର୍ଡର ଅନ୍ୟ କାଟାଗୋରୀ ରେ ମେଣ୍ଟେନାନ୍ସ ଚାର୍ଜର ନୂଆ ଦର ଏପ୍ରିଲ ପହିଲାରୁ ଲାଗୁ ହେବ । ଆଉ ଏଥିପାଇଁ ଏସ.ବି.ଆଇ ଗ୍ରାହକଙ୍କୁ ଏପ୍ରିଲ ମାସରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଡେବିଟ କାର୍ଡ ଲାଗି ବର୍ଷକୁ ୭୫ ଟଙ୍କା ବଢା ଯାଇଛି । ସୂଚନା ଅନୁସାରେ , ଏପ୍ରିଲ ୧ରୁ କିଛି କ୍ରେଡିଟ୍ କାର୍ଡ ଲାଗି ଅନେକ ପରିବର୍ତ୍ତନ ଲାଗୁ କରାଯାଇଛି। କିଛି କ୍ରେଡିଟ୍ କାର୍ଡ ଉପରେ ରିଓ୍ବାର୍ଡ ପଏଣ୍ଟ ଏପ୍ରିଲ ୧୫ରୁ ଶେଷ ହେବ ବୋଲି କୁହାଯାଇଛି । SBI BANK Henilprava Swain, Author, 28/03/2024