ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି । କ୍ରମାଗତ ଭାବେ ତାପମାତ୍ରା ତଳମୁହାଁ ହେଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୧୨ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଏହାସହ ରାଜ୍ୟରେ ଧୀରେ ଧୀରେ ପାରଦ ଖସିବା ସହିତ ରାଜଧାନୀ ଭୁବନେଶ୍ୱରରେ ବଢୁଛି । ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୩ ଡିଗ୍ରୀ ରହିଛି । ଗତ ୧୦ ଦିନରେ ରାଜଧାନୀରେ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିଥିବା ବେଳେ ଗତ ୧ ତାରିଖରେ ରାଜଧାନୀରେ ତାପମାତ୍ରା ଥିଲା ୨୨.୬ ଡିଗ୍ରୀ ।
ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଏହି ସ୍ଥିତି ଲାଗି ରହିଛି। ଶୀତର କଲବଲରେ ଜନଜୀବନ ଅସ୍ତବ୍ୟସ୍ତ। ଘନ କୁହୁଡି ଯୋଗୁଁ ଜୀବନ ଯାତ୍ରା ଅଚଳ ହୋଇପଡିଛି । ଉତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରଭାବରେ ଏଭଳି ପାଣିପାଗ ଅନୁଭୂତ ହେଉଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଲୋକ ମାନେ ଶୀତ ଦାଉରୁ ରକ୍ଷାପାଇବା ପାଇଁ ନିଆଁ ଜାଳି ପୋଉଁଥିବା ଦେଖିବାକୁ ମିଳିଛି । ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଥିବା ସୂଚନା ରହିଛି ।