ବାଲେଶ୍ୱର: ବାଲେଶ୍ୱର ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଅଛନ୍ତି । ଦିଲ୍ଲୀଆରଏମଏଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଂସଦ ଅଧିବେଶନ ଚାଲିଥିବା ସମୟରେ ସେ ୩ଦିନ ପୂର୍ବରୁ ଥଣ୍ଡା ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରୀକ୍ଷା ପରେ ଛାତିରେ କଫ ଜମିଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଦିଲ୍ଲୀସ୍ଥିତ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଅନ୍ୟ ମନ୍ତ୍ରୀ ଓ ସାଂସଦ ମାନେ ପ୍ରତାପ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଶୁ ଆରୋଗ୍ୟ କାମନା କରିବା ସହ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଖୁବଶୀଘ୍ର ହସ୍ପିଟାଲରୁ ଫେରି ଆସିବା ନେଇ ପ୍ରାର୍ଥନା କରିଛନ୍ତି। ତାଙ୍କର ଅସୁସ୍ଥତା ଖବର ପାଇବା ପରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ସମସ୍ତ ଶୁଭେଚ୍ଛୁ ଓ ବିଜେପି କର୍ମୀ ମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।