ବରଗଡ଼ରେ ମାଲ୍ବାହୀ ଟ୍ରେନ୍ ଟ୍ରେନ୍ ଲାଇନ୍ଚ୍ୟୁତ : ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନ୍ଚ୍ୟୁତ ଖବର ଓଡିଶା : 05/06/2023: Share story: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ମନରୁ ନଲିଭୁଣୁ ଓଡ଼ିଶାରେ ପୁଣି ଏକ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ବରଗଡ଼ ଜିଲ୍ଲାରେ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି । ସୂଚନା ମୁତାବକ, ମାଲ୍ବାହୀ ଟ୍ରେନ୍ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ମେଣ୍ଢାପାଲି ନିକଟରେ ଦୁର୍ଘଟଣା ଘଟିଛି । ମାଲ୍ବାହୀ ଟ୍ରେନ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି। ମାଲ୍ବାହୀ ଟ୍ରେନ୍ଟି ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡିଛି । train derail Baragarh Odisha KhabarOdisha ଖବର ଓଡ଼ିଶା, Reporter, 05/06/2023