ବ୍ରହ୍ମପୁର: ବିକ୍ରମ ପଣ୍ଡା ଅସୁସ୍ଥ। ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି। କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ବିକ୍ରମ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।
ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ୨୦୨୫ ଅକ୍ଟୋବର ୨୨ ତାରିଖରେ ବିକ୍ରମ ପଣ୍ଡା ଗିରଫ ହୋଇଥିଲେ। ଗତ ଜାନୁଆରୀ ୪ ତାରିଖରେ ପୋଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । ଏ ମାମଲାରେ ବିକ୍ରମଙ୍କ ସହ ମୋଟ ୧୬ ଜଣ ଅଭିଯୁକ୍ତ ଅଛନ୍ତି।