ଏୟାରପୋର୍ଟରୁ ସୁନା ଭରା ଟ୍ରଙ୍କ ଜବତ ଖବର ଓଡିଶା : 17/04/2024 Share story: ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ବିପୁଳ ପରିମାଣ ସୁନା ଭର୍ତ୍ତି ଟ୍ରଙ୍କ। ତେବେ ଆଜି ସକାଳେ ବିମାନ ବନ୍ଦର କଷ୍ଟମ ବିଭାଗ ପକ୍ଷରୁ ଏହି ଟ୍ରଙ୍କ ଜବତ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଏହି ସୁନା ଭର୍ତ୍ତି ଟ୍ରଙ୍କକୁ କେହି ଜଣେ ବ୍ୟକ୍ତି ନେଇ ଆସିଥିଲା। ତେବେ ଟ୍ରଙ୍କକୁ ଜବତ କରି ତଦନ୍ତ ଚଲାଇଛି କଷ୍ଟମ ବିଭାଗ। ଏହି ଟ୍ରଙ୍କଟି କେଉଁଠିକି ଯାଉଥୁଲା ତାର କୌଣସି ଖବର ମିଳିନାହିଁ। ଏପରିକି ଟ୍ରଙ୍କର ମାଲିକ କିଏ ଓ କ'ଣ ପାଇଁ ଏତେ ପରିମାଣର ସୁନା ନେଇ ଯାଉଥିଲେ ତାର ତଦନ୍ତ କରୁଛି କଷ୍ଟମ ବିଭାଗ। ଏହାସହିତ ସମସ୍ତ ଘଟଣା ବାବଦରେ ସିସିଟିଭିରୁ ମଧ୍ୟ ଯାଞ୍ଚ କରୁଛି କଷ୍ଟମ ବିଭାଗ। Airport Bhubaneswar Archana Anamika Ray, Author, 17/04/2024