ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରରେ ଚଳନ୍ତା କାରରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କୋର୍ଟ ନିକଟରେ ଏପରି ଅଘଟଣ ଘଟିଛି। ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କାରରେ ଥିବା ଲୋକ। ଏହି କାରରେ ରାଜ୍ୟ ସରକାରଙ୍କ ସୂଚନା କମିଶନଙ୍କ ରେଜିଷ୍ଟ୍ରାର ଓ ତାଙ୍କ ଡ୍ରାଇଭର ଥିଲେ ।
ସୂଚନା ଅନୁଯାୟୀ ଆଜି ସକାଳେ ରେଜିଷ୍ଟ୍ରାର ଓ ଡ୍ରାଇଭର କୌଣସି କାମରେ ଯାଉଥିବା ବେଳେ ହଠାତ୍ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଡ୍ରାଇଭର ଓ ରେଜିଷ୍ଟ୍ରାର କାରରୁ ଓହ୍ଲାଇ ପଡ଼ିଥିଲେ। ପରେ କାର୍ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଥିଲା। ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟ ସିର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।