କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ୨୦୨୪ ନିର୍ବାଚନ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ର ଏକ ବୈଠକ କଟକ ଡି ସି ପି ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ କଟକ ଡିସିପି. କେ ବି ସିଂ, ଏଡିସିପି ଅନୀଲ ମିଶ୍ର ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ । ପୋଲିସ କମିଶନର ସଞ୍ଜିବ୍ ପଣ୍ଡା ବୈଠକ ପରେ ନିର୍ବାଚନ ପାଇଁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ, ମୁକ୍ତ ଓ ଅବାଧ ନିର୍ବାଚନ କରିବା ପୋଲିସ ର ଦାଇତ୍ୱ ଓ କର୍ତ୍ତବ୍ୟ । ତେଣୁ ପୋଲିସ ନିର୍ବାଚନ କମିଶନର ଙ୍କ ନିରପେକ୍ଷ ନିର୍ବାଚନ ନିର୍ଦ୍ଦେଶ ନାମାବଳୀ ମାନି ନିର୍ବାଚନ ପରିଚାଳନା କରିବ ।
କଟକ ସହରାଞ୍ଚଳରେ ୭ ଟି ନିର୍ବାଚନ ମଣ୍ଡଳୀର ୭୨୨ ଟି ବୁଥ ରହିଛି । ଏହା ଭିତରୁ ୧୨୫ ଟି ବୁଥ ସମ୍ବେଦନଶୀଳ ତାଲିକା ଭୁକ୍ତ କରାଯାଇଛି । କେନ୍ଦ୍ରୀୟ ନିରାପତ୍ତା ବାହିନୀ ଏବଂ କମିଶନରେଟ ପୋଲିସ ସମ୍ବେଦନଶୀଳ ବୁଥ ମାନଙ୍କରେ ନିୟୋଜିତ ହେବେ । ଗତ ତିନିମାସ ମଧ୍ୟରେ ଆଜି ସୁଦ୍ଧା ୨୯୨ ବନ୍ଧୁକ ଲାଇସେନ୍ସ କାରୀ ସେମାନଙ୍କ ବନ୍ଧୁକ ଥାନାରେ ଜମା ରଖିଛନ୍ତି । ଗତ ତିନି ମାସ ମଧ୍ୟରେ ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ଦୁଇ ଲକ୍ଷ ନଗଦ ଟଙ୍କା ଏବଂ ତିରିଶ ଲକ୍ଷ ଟଙ୍କାର ମଦ ଜବତ କରିଛି । ୧୭୦ କେଜି ଗଞ୍ଜେଇ ଏବଂ ୫୬୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏ ସଂପର୍କ ରେ ୧୧୦ ଜଣ ଙ୍କୁ ଗିରଫ କରାଯାଇଛି । ୨୮୩ ଜଣ ଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କରାଯାଇଛି । ଗିରଫ ହୋଇଥିବା ଅପରାଧୀ ମାନଙ୍କୁ ଜେଲ ଭିତରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ । ନିର୍ବାଚନ ପୂର୍ବରୁ ଚୋରା ବନ୍ଧୁକ କାରବାର ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯିବ ବୋଲି ପୋଲିସ କମିଶନର ସଞ୍ଜିବ୍ ପଣ୍ଡା ସାମ୍ବାଦିକ ମାନଙ୍କୁ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଘରୋଇ ହିଂସାର ତଦନ୍ତ ବେଳେ ମିଳିଲା ହରିଣ ଛାଲ