ଘରଭାଙ୍ଗିଲେ ହାତୀପଲ । ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । ଜଙ୍ଗଲରେ ଖାଦ୍ୟ ଅଭାବ ହେବାରୁ ଖାଦ୍ୟ ଅନ୍ୱେଷଣ ପାଇଁ ଜନବସତି ଆଡକୁ ପଶି ଆସୁଛନ୍ତି ହାତୀପଲ । ଯାହାଫଳରେ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଜଙ୍ଗଲ ପାର୍ଶ୍ଵବତୀ ଅଞ୍ଚଳରେ ବାସ କରୁଥିବା ଲୋକେ । ହାତୀପଲ ଗ୍ରାମ ଭିତରକୁ ପଶି କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରିଦେଉଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ ।
ସୂଚନା ଅନୁଯାୟୀ,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ସେକ୍ସନ ସ୍ଥିତ କିଡିଙ୍ଗଭଟା ଗାଁରେ ସୋମବାର ରାତିରେ ୧୦ ଟିକିଆ ହାତୀପଲ ପଶି ଆସିଥିଲେ । ହାତୀପଲ ସେଠାରେ ଘରଗୁଡ଼ିକ ଭାଙ୍ଗିବା ସହ କଦଳୀ ବଗିଚାକୁ ମଧ୍ୟ ନଷ୍ଟ କରିଦେଇଛନ୍ତି । ଏହି ଜଙ୍ଗଲୀ ହାତୀପଲ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଗାଁ ରେ ମାସ ମାସ ଧରି ଆତଙ୍କ ସୃଷ୍ଟି କରିଛନ୍ତି । ଯାହାଫଳରେ ଲୋକମାନେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।
ଅଧିକ ପଢନ୍ତୁ :ବୌଦ୍ଧ ଜିଲ୍ଲାପାଳଙ୍କ ମାରଡା ଗାଁ ପରିଦର୍ଶନ