ବୁଲୁଛନ୍ତି ଠକ ଜମି ଡ଼ିଲର,ରାଜଧାନୀରେ ପ୍ଲଟ ଦେବାକୁ କହି ୨ କୋଟି ୧୨ ଲକ୍ଷ ଟଙ୍କା ଠକେଇ
Khabar Odisha:A-fraudulent-land-dealer-has-been-swindled-out-of-the-capital-by-asking-for-Rs-212-crore-for-plots
ଭୁବନେଶ୍ୱର ,ଜାନୁଆରୀ 18(ଖବର ଓଡ଼ିଶା):

ସାବଧାନ୍ ! ରାଜ୍ୟରେ ଏବେ ବୁଲୁଛନ୍ତି ମିଛୁଆ ଜମି ଡ଼ିଲର । କମିଶନରେଟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ପରେ ଏବେ ଜାଲରେ ପଡ଼ିଛନ୍ତି ଜଣେ କୁଖ୍ୟାତ ଡ଼ିଲର । ତାଙ୍କ ନାଁ ହେଉଛି ପଦାରବିନ୍ଦ ମହାପାତ୍ର ।

ବହୁ ଦିନ ଲୁଚିବା ପରେ ଶେଷରେ ଭୁବନେଶ୍ୱର ରେଳ ଷ୍ଟେସନରୁ ପଦାରବିନ୍ଦ କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ସୁଚନା ଅନୁସାରେ ଗତ ବର୍ଷେ ତଳେ ଇଡକୋର ଏକ ଜମି ଦେବାକୁ କହି ପି.ଏନ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଠାରୁ ଲୁଟିଥିଲେ ୨ କୋଟି ୧୨ ଲକ୍ଷ ଟଙ୍କା ।

ଇଡକୋ ପକ୍ଷରୁ ବିଜ୍ଞାପନ ଦିଆଯାଇଥିବା ଏକ ଜମିକୁ କିଣିବା ପାଇଁ ମଧ୍ୟସ୍ଥି ସାଜିଥିଲେ ପଦାରବିନ୍ଦ । ଏପରକି ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ କରିଦେଇଥିଲେ

କେବଳ ଏତିକି ନୁହେଁ ରାଜ୍ୟ ବାହାରକୁ ଚାଲିଯାଇ ସେଠାର ମଧ୍ୟ ଏହି କାମ ଆରମ୍ଭ କରିଦେଇଥିଲେ ହେଲେ ସବୁଦିନ ଚୋର ଘର ଅନ୍ଧାର ରହିଲା ନାହିଁ ଶେଷରେ ଧରାପଡ଼ି ଗିରଫ ହେଲା ଠକ ଡ଼ିଲର୍ । 

  • Tags:

Subscribe

National International State Sports Entertainment