ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କାମଧେନୁ ଯୋଜନାର ଅନୁମୋଦନ କରାଯାଇଛି। ଏହି ଯୋଜନାରେ ୧୪୨୩.୪୭ କୋଟି ଟଙ୍କାର ବ୍ୟୟ ଅଟକଳ। ଏ ନେଇ ସୂଚନା ଦେଇଛନ୍ତି ଅଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଏହା ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ଜାତୀୟ ଖାଉଟି ସୁରକ୍ଷା ଆଇନ୍ ୨୦୧୩ ଗତ ନଭେମ୍ବର ୨୦୧୫ ଠାରୁ କାର୍ଯ୍ୟକାରୀ ହେଉଅଛି। ଏହାକୁ ଆଧାର କରି ବେସରକାରୀ ଡିଲରଙ୍କ ଏକ୍ସଟସନ ୨୦୨୬ ମସିହା ପର୍ଯ୍ୟନ୍ତ ଅର୍ଥାତ ଦେଢ଼ ବର୍ଷ ବୃଦ୍ଧି କରାଯାଇଛି। ବେସରକାରୀ ଡିଲରଙ୍କ ସ୍ଥାନରେ ଆନୁଷ୍ଠାନିକ ଡିଲର ମାନଙ୍କ ନିଯୁକ୍ତି ପ୍ରକ୍ରିୟା ପ୍ରସ୍ତାବ ଅନୁମୋଦନ ମିଳିଛି।
ସରକାରୀ ପରିସଂଖ୍ୟାନ ସମ୍ପର୍କୀୟ ତଥ୍ୟ ପ୍ରସାରଣ ନୀତି ୨୦୨୪କୁ କ୍ୟାବିନେଟ୍ ଅନୁମୋଦନ। ଓଡ଼ିଶା ସୁପ୍ରିମୋ ଜୁଡ଼ିଶିଆଲ ସର୍ଭିସ ଏବଂ ଓଡ଼ିଶା ଜୁଡ଼ିଶିଆଲ ସର୍ଭିସ ନିୟମ ୨୦୦୭କୁ ସଂଶୋଧନ କରାଯାଇ ଉଚ୍ଚ ନ୍ୟାୟଳୟର କର୍ମଚାରୀଙ୍କ ପାଇଁ ୫୫୦ ଟି ଷ୍ଟାଫ୍ କ୍ୱାର୍ଟର ନିର୍ମାଣ ପାଇଁ କ୍ୟାବିନେଟ୍ ରେ ନିଷ୍ପତ୍ତି ହୋଇଛି।