ଜଗତସିଂହପୁର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବାଲି ମାଫିଆଙ୍କ ଉପରେ ପ୍ରହାର କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଗୁରୁବାର ଜଇପୁର ବାଲିଘାଟରୁ ୩୬ଟି ବାଲି ବୋଝେଇ ହାଇୱା ଗାଡି ଜବତ କରାଯାଇଛି । ବେଆଇନ ବାଲି ଚାଲାଣ ବେଳେ ପ୍ରଶାସନ ଓ ପୋଲିସ ଟିମ୍ ଧରିଛି । ଏହି ଚଢ଼ଉରେ ଉପଜିଲ୍ଲାପାଳ, ଅତିରିକ୍ତ ଏସପିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସାମିଲ ଅଛନ୍ତି । ବାଲିପାଟଣାରେ ବଡ଼ ଧରଣର ଚଢ଼ାଉ ପରେ ଏହା ଦ୍ୱିତୀୟ ଚଢ଼ାଉ।
ଉଲ୍ଲେଖ ଯୋଗ୍ୟ, ୨୫ ନଭେମ୍ବର ବିଳମ୍ବିତ ରାତିରେ ବାଲିପାଟଣା ଅନ୍ତର୍ଗତ କିଲିପାଳରେ ଏକ ବଡ଼ ଧରଣର ଚଢ଼ଉ ହୋଇଥିଲା । ଜିଲ୍ଲା ପ୍ରଶାସନ ଚଢ଼ଉ କରି ୬୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରକ୍ ଜବତ କରିଥିଲା । ଏହା ସହିତ ୬ ଜଣ ହାଇୱା ଚାଳକ ଗିରଫ ହୋଇଥିଲେ ।