ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୋଲିସ ବୁଧବାର ୩୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁର୍ଡିପଡା ଗ୍ରାମ ନିକଟରୁ ଦଲାଲ ଦ୍ୱାରା ଚାଲାଣ ହେବା ପାଇଁ ଶ୍ରମିକଙ୍କୁ ରଖାଯାଇଥିବା ବେଳେ ଟିଟିଲାଗଡ଼ ପୋଲିସ ଖବର ପାଇ ଚଢ଼ାଉ କରିଥିଲା। ଏହି ୩୫ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୫ ଶିଶୁ, ୩ ନାବାଳିକା, ୧୦ଜଣ ମହିଲାଙ୍କ ସମେତ ଅନ୍ୟମାନେ ପୁରୁଷ ରହିଛନ୍ତି। ତେବେ ଉଦ୍ଧାର ଦାଦନ ଶ୍ରମିକମାନେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡଭେଲା ବ୍ଲକର ଏବଂ ଜାମୁଟ ଗ୍ରାମର ବୋଲି ଜଣାପଡିଛି। ଉଦ୍ଧାର ପରେ ସେମାନଙ୍କୁ ଟିଟିଲାଗଡ଼ ଥାନାରେ ରଖାଯାଇଥିବା ବେଳେ ଶ୍ରମ ଅଧିକାରୀଙ୍କୁ ସୂଚିତ କରାଯିବା ପରେ ସେମାନଙ୍କୁ ଘରକୁ ପଠାଯିବ ବୋଲି ଥାନା ଆଇଆଇସି ବିଶ୍ୱଜିତ ମନବୋଧ କହିଛନ୍ତି।