ଛତିଶଗଡ଼: ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଭୁଷୁଡ଼ୁଛି ଲାଲଗଡ଼ । ୩୧ ମାଓବାଦୀଙ୍କ କଲେ ଆତ୍ମସମପର୍ଣ । ମାଲାକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସ ନିକଟରେ ୩୧ ଜଣ ହାର୍ଡକୋର ମାଓବାଦୀ ଆତ୍ମସମପର୍ଣ କରିଛନ୍ତି । ଦନ୍ତେୱାଡା ଏସପିଙ୍କ ନିକଟରେ ୨୬ ଜଣ ମାଓବାଦୀ ଆତ୍ମସମପର୍ଣ କରିଛନ୍ତି । ସେହିଭଳି ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମପର୍ଣ କରିଛନ୍ତି ।
ଆତ୍ମସମପର୍ଣ କରିଥିବା ୩୧ଜଣ ମାଓବାଦୀ, ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ ଏବଂ ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ତେବେ ଏହି ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦାନ୍ତେୱାଡା ଏବଂ ନାରାୟଣପୁର ଏସପି କହିଛନ୍ତି।