ଗତ କାଲି ବିଜେଡିର ପାର୍ଥି ତାଲିକା ଘୋଷଣା ହୋଇଛି । ତାଲିକା ଘୋଷଣା ପାଇବା ପରେ ବିଜେଡି ଦଳରେ ଫାଟ ପଡିବା ଆରମ୍ଭ ହୋଇଗଲାଣି । ଅନେକ ସ୍ଥାନରେ ଗୋଷ୍ଟି କନ୍ଦଳ ଦେଖିବାକୁ ମିଳୁଥିବାବେଳେ ରାୟଗଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତ୍ରୀ ସୁଜାତା ପାଲ । ଏହି ସମୟରେ ରାୟଗଡାର ୨୧ ଜଣ କାଉନସିଲର ଇସ୍ତଫା ପତ୍ର ଦେଇଥିବା ଖବର ସାମ୍ନାକୁ ଆସୁଛି । ସୂଚନା ଅନୁଯାୟୀ, ଗତ କାଲି ବିଜେଡିର ୭୨ ବିଧାନସଭା ପ୍ରାର୍ଥୀ ଏବଂ ୧୫ ଲୋକସଭା ପାର୍ଥି ତାଲିକା ଘୋଷଣା ହୋଇଛି । ଏହାରି ଭିତରେ ବିଜେଡିର ନେତ୍ରୀ ସୁଜାତା ପାଲଙ୍କ ସମେତ ୨୧ ଜଣ କାଉନସିଲରଙ୍କ ଇସ୍ତଫା ପତ୍ର ଦଳୀୟ କନ୍ଦଳକୁ ପଦାରେ ପକାଇଛି । ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅଙ୍କୁ ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୟା ମାଝୀଙ୍କୁ ଘୋଷଣା କରିବା ପରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ। ପ୍ରାର୍ଥୀତ୍ବକୁ ବିରୋଧ କରି କିଛି କାଉନସିଲର ଓ ସଂଗଠନରେ ଥିବା ମହିଳା ଦଳରୁ ଇସ୍ତଫା ଦେଇଛନ୍ତି।
ଅଧିକ ପଢନ୍ତୁ : କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ